ଆଜି ହେଉଛି ଅନବସରର ଦ୍ୱାଦଶୀ ତିଥି : ସୁସ୍ଥ ହୋଇଛନ୍ତି ଶ୍ରୀଜିଉ

ସମସ୍ତ ଗୁପ୍ତ ଉପଚାର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା ଗଜପତି ମହାରାଜଙ୍କ ପାଖକୁ ପଠାଯିବ । ଆଜି ହେଉଛି ଅନବସରର ଦ୍ୱାଦଶୀ ତିଥି । ଶ୍ରୀମନ୍ଦିରରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ।ସ୍ନାନ ପୂର୍ଣ୍ଣିମା ପରେ ଜ୍ବରରେ କମ୍ପୁଥିଲେ ମହାପ୍ରଭୁ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ସମସ୍ତ ଗୁପ୍ତ ଉପଚାର କରାଯାଉଥିଲା । ସବୁ ଉପଚାର ପ୍ରୟୋଗ ପରେ ଶେଷରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ।

ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା ଗଜପତି ମହାରାଜାଙ୍କୁ ଦିଆଯିବ । ଏଥିପାଇଁ ଦଇତାପତି ସେବକମାନେ ଏକ ରୂପା ଥାଳିରେ କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ଧରି ରାଜପ୍ରସାଦକୁ ଯିବେ। ରାଜପ୍ରସାଦରେ ପହଁଚିଲା ପରେ ସେଠାରେ ଗଜପତି ମହାରାଜା ପ୍ରସାଦ ସେବନ କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଜଣାଇବେ। ମାନବୀୟ ଲୀଳାଖେଳା କରୁଥିବା କାଳିଆ ସାଆନ୍ତ ସୁସ୍ଥ ହୋଇଛନ୍ତି ।

Related Articles

Back to top button