ଆଜି ଅଣବସର ଦର୍ଶନର ଚତୁର୍ଥ ଦିବସ : ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ

ଆଜି ଅଣବସର ଦର୍ଶନର ଚତୁର୍ଥ ଦିବସ । ଅଲାରନାଥରେ ଦର୍ଶନ ଦେଉଛନ୍ତି କୋଟି ବ୍ରହ୍ମାଣ୍ଡର ଠାକୁର ମହାପ୍ରଭୁ ଜଗନ୍ନାଥ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜୀଉ । ମାନବୀୟ ଲୀଳାଖେଳା କରିଥାନ୍ତି ମହାପ୍ରଭୁ। ମନୁଷ୍ୟ ଜ୍ବରରେ ପଡ଼ିଲେ ଯେପରି ତାଙ୍କର ସେବା କରାଯାଏ ସେହିପରି ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି । ଜ୍ବରରେ ପଡ଼ିଥିବା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇନଥାନ୍ତି । ହେଲେ ଭକ୍ତ ଓ ଭଗବାନର ଏହି ଅତୁଟ ସମ୍ପର୍କରେ ବାଧା ନ ହେବା ପାଇଁ ମହାପ୍ରଭୁ ଅଲାରନାଥରେ ଦର୍ଶନ ଦେଉଛନ୍ତି । ଆଜି ଅଣବସର ଦର୍ଶନର ଚତୁର୍ଥ ଦିବସ । ଏଥିପାଇଁ ସକାଳୁ ସକଳୁ ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।

Related Articles

Back to top button