ଆଜି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ‘ବକରିଦ୍’

ଆଜି ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ପବିତ୍ର ପର୍ବ । ଯାହାକୁ ‘ବକରିଦ୍’ ମଧ୍ୟ କୁହାଯାଏ । ଏହି ଦିନ ବିଶ୍ୱର ସମସ୍ତ ମୁସଲମାନ ଆଲ୍ଲାଙ୍କ ଉପରେ ଆସ୍ଥା ରଖି ପଶୁ ବଳି ଦେଇଥାନ୍ତି। ଆଜିର ଦିନରେ ମୁସଲମାନ ସଂପ୍ରଦାୟର ଲୋକେ ସକାଳୁ ସକାଳୁ ମସଜିଦ ଯାଇ ସମୂହ ନମାଜ ପାଠ କରିଛନ୍ତି । ଏହା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଇଦ୍ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ଆଜି ଦିନକୁ ସରକାରୀ ଛୁଟି ଭାବରେ ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ । ଇଦ୍ ପାଇଁ କଟକ ଓ ଭଦ୍ରକ ସହର ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି । ଭଦ୍ରକ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବା ସହିତ ୧୪ ଜଣ ଇନ୍ସପେକ୍ଟର,୯ଜଣ ଡିଏସପି ଏବଂ ୬୮ଜଣ ଏଏସଆଇଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି ।

Related Articles

Back to top button