ଆଜି ପବିତ୍ର ରାମନବମୀ : ପ୍ରଭୁ ଶ୍ରୀରାମଙ୍କର ହେଲା ଅଦ୍ଭୁତ ସୂର୍ଯ୍ୟ ତିଳକ

ଆଜି ପବିତ୍ର ରାମନବମୀ ତଥା ପ୍ରଭୁ ରାମଙ୍କ ଜନ୍ମଦିନ । ରାମନାମରେ କମ୍ପୁଛି ଗଗନ ପବନ। ଏନେଇ ଚଳଚଞ୍ଚଳ ହୋଇଉଠିଛି ସାରା ଦେଶ । ସକାଳୁ ସକାଳୁ ପ୍ରଭୁ ରାମଚନ୍ଦ୍ରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି । ଏହି ଅବସରରେ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା ନଗରୀ। ରାମନଗରୀରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ଭକ୍ତ ଏଠାରେ ପହୟ୍‌ଚିଛନ୍ତି । ସମସ୍ତ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ପୁରା ମନ୍ଦିର ପରିସରକୁ ସୁନ୍ଦର ଆଲୋକ ସହିତ ଫୁଲ ମାଳାରେ ସଜେଇ ଦିଆଯାଇଛି। ଏହାସହିତ ଦର୍ଶନ ସମୟକୁ ମଧ୍ୟ ବଢାଇ ଦିଆଯାଇଥିଲା। ସୂର୍ଯ୍ୟତିଲକ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ମଧ୍ୟାହ୍ନ ୧୨:୧୬ରେ ସୂର୍ଯ୍ୟତିଲକ ଅନୁଷ୍ଠିତ ହୋଇସାରିଛି। ମାତ୍ର ୪ମିନିଟ୍‌‌ ସମୟ ପାଇଁ ସୂର୍ଯ୍ୟତିଲକ ଅବଧି ରହିଥିଲା। ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବଳ ଗରମ ଗୁଳୁଗୁଳି ଯୋଗୁ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ମଧ୍ୟାହ୍ନ ୧୨ଟା ସମୟରେ ରାମଲାଲାଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି।  ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ ପକ୍ଷରୁ କଡ଼ା କଡ଼ି କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପେଟ୍ରୋଲିଂ ସହ ପୁଲିସ ଭ୍ୟାନ ବୁଲି ଯାଞ୍ଚ କରୁଛି। ଏହାସହ ପୁଲିସ ପକ୍ଷରୁ ‌ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରଖାଯାଇଛି । ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି।

Related Articles

Back to top button