
ବରଗଡ଼ରେ ଧନୁଯାତ୍ରାର ଆଜି ଶେଷ ଦିନ: ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରାର ଆଜି ଶେଷ ଦିନ । ରାଜା କଂସଙ୍କର ଆଜି ହେଉଛି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ବରଗଡ଼ରେ ଦୀର୍ଘ ୧୧ ଦିନ ଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ ।ଏଥି ସହ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଦ୍ଧ ଏବଂ ପରିଶେଷରେ ଉଗ୍ରସେନଙ୍କ ରାଜ୍ୟଭିଷେକ ଦୃଶ୍ୟ ଅଭିନୀତ ହେବ ।
ଗତକାଲି କଂସଙ୍କ ଠାରୁ ମୁକ୍ତି ପାଇଁ କୃଷ୍ଣଙ୍କ ନିକଟରେ ଆକୁଳ ବିନତି କରିଥିଲେ ମଥୁରାବାସୀ ।ଏଥିସହ କୁବଜା ଉଦ୍ଧାର, କଂସଙ୍କ ଦିଗବିଜୟ ଭ୍ରମଣ ଅଭୀନିତ ହୋଇଥିଲା । ଗତକାଲି ଧନୁଯାତ୍ରା ଦେଖିବାକୁ ବରଗଡରେ ପ୍ରବଳ ଜନସମାଗମ ହୋଇଥିଲା ।