ଆଜି ହେଉଛି ମହାପ୍ରଭୁଙ୍କର ଶେଷ ସନ୍ଧ୍ୟା ଦର୍ଶନ ।

ଆଜି ହେଉଛି ମହାପ୍ରଭୁଙ୍କର ଶେଷ ସନ୍ଧ୍ୟା ଦର୍ଶନ । ରତ୍ନ ବେଦୀରୁ ଜନ୍ମବେଦୀକୁ ଆସିଥିଲେ ମହାବାହୁ । ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ଦିନ ହୋଇଥାଏ ଠାକୁରଙ୍କ ବାହୁଡା ଯାତ୍ରା । ଏହା ପୂର୍ବ ଦିନ ନବମୀରେ ଗୁଣ୍ତିଚା ମନ୍ଦିରରେ ହୁଏ ସନ୍ଧ୍ୟା ଦର୍ଶନ । ଏଥି ପାଇଁ ଗୁଣ୍ତିଚା ମନ୍ଦିରରେ ଦେଖିବାକୁ ମିଳିଥାଏ ଭକ୍ତଙ୍କ ପ୍ରବଳ ଭିଡ।ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ଵାର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୁଏ। ଆରମ୍ଭ ହୁଏ ସର୍ବସାଧାରଣ ଦର୍ଶନ। ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଥାଏ ପ୍ରବଳ ଉତ୍କଣ୍ଠା। ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନର ସ୍ୱତନ୍ତ୍ରତା ରହିଛି। ବର୍ଷ ତମାମ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଛି। ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ। ଏହିଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି।

Related Articles

Back to top button