ମଣ୍ଡପରେ ସପ୍ତମୀ ଓ ପୀଠରେ ମା’ଙ୍କର ଅଷ୍ଟମୀ ପୂଜା

ମା’ଙ୍କ ଆଗମନ ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ।  ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ମା’ଙ୍କର ସପ୍ତମୀ ପୂଜା କରାଯାଉଛି। ପ୍ରଥମେ ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି । ଆଜି ମାଆଙ୍କୁ ଚକ୍ଷୁ ଦାନ ପରେ ସପ୍ତମୀ ପୂଜା ଆରମ୍ଭ ହେବ। ସେହିଭଳି ନବରାତ୍ରୀକୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ରାଜ୍ୟର ବଡ ବଡ ସହରରେ ଆୟୋଜନ ହୋଇଛି ଦାଣ୍ଡିଆ ନାଇଟ୍ସ ।

ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇପଡିଛି ପଲ୍ଲୀଠୁ ସହର। ସପ୍ତମୀ ପୂଜାରେ ଆଜି ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ। ଏସବୁ ଭିତରେ ପୂଜା ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକ। ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ୱର। ରଙ୍ଗ ବେରଙ୍ଗର ଆଲୋକରେ ଝଲସୁଛି ପୂଜା ମଣ୍ଡପ ଓ ଆଖପାଖ ଅଞ୍ଚଳ। ଏହାରି ଭିତରେ ବିଭିନ୍ନ ପୂଜା ମଣ୍ଡପରେ ଏବେଠୁ ଜମିଲାଣି ଲୋକଙ୍କ ଗହଳି। ଗତକାଲି ମଣ୍ଡପରେ ଅଷ୍ଟମୀ ପୂଜା ସହ ବ୍ରତପୂଜା କରିବାର ବିଧି ଓ ପରମ୍ପରା ମଧ୍ୟ ରହିଛି। ସେହିଭଳି ନବରାତ୍ରୀକୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ରାଜ୍ୟର ବଡ ବଡ ସହରରେ ଆୟୋଜନ ହୋଇଛି ଦାଣ୍ଡିଆ ନାଇଟ୍ସ। ସବୁ ବୟସର ଲୋକ ଦାଣ୍ଡିଆ ନାଇଟ୍ସରେ ଏକାଠି ହୋଇ ପୂଜାକୁ ନିଆରା ଢଙ୍ଗରେ ସେଲିବ୍ରେସନ କରିଛନ୍ତି । ସେହିପରି ପ୍ରତିବର୍ଷ କିଛି ନିଆରା କରିବାକୁ ଚେଷ୍ଟା କରି ଆସୁଛନ୍ତି ସମସ୍ତ ପୂଜା କମିଟି । ସମ୍ପୂର୍ଣ୍ଣ ନୂଆ ଥିମ ଓ ପୂଜା କମିଟିର ନିଜସ୍ୱ ପରିକଳ୍ପନାରେ ପ୍ରସ୍ତୁତ ହୋଇଛି ମାଆଙ୍କ ମଣ୍ଡପ।

Related Articles

Back to top button