
ମହାପ୍ରଭୁ ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ଆଜି ଶ୍ରୀଜିଉ ଦେବେ ସୁନାବେଶରେ ଦର୍ଶନ
ଆଜି ଶ୍ରୀଜିଉ ଦେବେ ସୁନାବେଶରେ ଦର୍ଶନ । ମହାପ୍ରଭୁ ମହଣ ମହଣ ସୁନାରେ ହେବେ ସୁସଜ୍ଜିତ । ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ କାଳିଆ ସାଆନ୍ତ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଏହି ସୁନା ବେଶକୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ ଶ୍ରଦ୍ଧାଳୁ । ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାରମନକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସୁସଜ୍ଜିତ କରାଯିବ । ଏଥିପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନକୁ ଶାନ୍ତି ସୄଖଳାର ସହ ତୁଲାଇବା ପାଇଁ ଏବଂ ଭିଡ ନିୟନ୍ତ୍ରଣ କରିବା ପାଇଁ ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି।