ଆଜି ୪୪ ଡିଗ୍ରୀ ଟପିଲା ତାପମାତ୍ରା : ରବିବାର ବଜ୍ରପାତ ସହ ବର୍ଷା ନେଇ ୭ ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟରେ ଆଜି ଦିନ ୨ଟା ୩୦ ସୁଦ୍ଧା ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଛି । ଏହା ପଛକୁ ଝାରସୁଗୁଡା: ୪୩.୬°C, ରାଉରକେଲା: ୪୨.୫°C, ଚାନ୍ଦବାଲି: ୪୨.୪°C, ସମ୍ବଲପୁର: ୪୨.୧°C, ହୀରାକୁଦ: ୪୧.୮°C, ବାଲେଶ୍ୱର: ୪୧.୭°C, କେନ୍ଦୁଝର: ୪୧.୫°C, ଗୋପାଳପୁର: ୩୫.୪°C, ପୁରୀ: ୩୪.୭°C,ପାରାଦୀପ: ୩୩.୬°C ରେକର୍ଡ କରାଯାଇଛି ।

ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ  ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି।

ଅସହ୍ୟ ତାତି ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା, ପୁରୀ ଏହି ୭ଟି ଜିଲ୍ଲାରେ ରବିବାର ବିଜୁଳି, ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି।

Related Articles

Back to top button