ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ହୋଇଛି ସମ୍ପୂର୍ଣ୍ଣ
ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀ ରଥ ଖଳାରେ ଆଗେଇ ଚାଲିଛି ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ । ରଥ ପ୍ରସ୍ତୁତିରେ ଜୋର୍ ସୋରେ ଲାଗିପଡିଛନ୍ତି ମହାରଣା ସେବକ ମାନେ ।ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି । ତେବେ ଆସନ୍ତା ବୁଧବାର ପବିତ୍ର ଭଉଁରୀ ତିଥିରେ ଚକା ଡ଼େରା ନୀତି ପାଳିତ ହେବ ।
ସେଥିପାଇଁ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ତିନି ରଥର ମୁଖ୍ୟ ବିଶ୍ୱକର୍ମା ସେବକଙ୍କ ଦ୍ୱାରା କରାଯାଇଛି । ନାହାକା ଅଖର ଦୁଇ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ କରାଯାଇଛି । ତାଳଧ୍ୱଜ ରଥର ମୋଟ ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଏବଂ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି ।