ଆଜି ଓଡ଼ିଶାର ୨୧ଟି ରେଳଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ ଓ ନବୀକରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୁଣିଥରେ ଓଡ଼ିଶାକୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସେ ଓଡ଼ିଶାର ୨୧ଟି ରେଳଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ ଓ ନବୀକରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ସମସ୍ତ ଭିତ୍ତି ପ୍ରସ୍ତର ପ୍ରକଳ୍ପ ଉଦଘାଟନ କରିଛନ୍ତି।

ସୂଚନା ଅନୁଯାୟୀ, ସମୁଦାୟ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୫୪ ରେଳଷ୍ଟେସନ ଏବଂ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ ୩୨୬୮ କୋଟିବ୍ୟୟରେ ଓଡିଶାର ୫୭ଟି ଷ୍ଟେସନର ପୁନନିର୍ମାଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ, ଗତବର୍ଷ ଠାରୁ କିଛି ପ୍ରମୁଖ ଷ୍ଟେସନ ଗୁଡିକରେ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାରେ ୯୦୦କୋଟି ବ୍ୟୟ ଅଟକଳରେ ଆହୁରି ୨୧ ଟି ଷ୍ଟେସନର ଭିତ୍ତିପ୍ରସ୍ତର ପକାଇବାକୁ ଯାଉଛନ୍ତି, ଯେଉଁଥିରେ ତାଲଚର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ, ଝାରସୁଗୁଡାରୋଡ, ସମ୍ବଲପୁର ସହର, ଟିଟଲାଗଡ, କେସିଙ୍ଗା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ବିମଲାଗଡ, ଜାରୋଲି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗର ଏବଂ ରାୟଗଡା ଷ୍ଟେସନ ଆଦି ରହିଛି। ମୋଟା ମୋଟି ଭାବେ, ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୧ ଟି ଷ୍ଟେସନ ଏବଂ ୫୨ ଟି ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡର ପାସର ବିକାଶପାଇଁ ୨,୩୨୦ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ଜଣାପଡିଛି। ଏହି ସବୁ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ରୂପେ ପରିଣତ କରାଯିବ। ଯେଉଁଥିରେ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। ଫୁଟ୍ ଓଭର ବ୍ରିଜ୍, ଫୁଡ୍ କୋର୍ଟ, ବହୁସ୍ତରୀୟ ପାର୍କିଂ, ଏସ୍କାଲେଟର୍, ରୁଫ୍ ପ୍ଲାଜା, ସପିଂ ଜୋନ୍ ଭଳି ଅନେକ ବ୍ୟବସ୍ଥା ରହିବ।

 

 

Related Articles

Back to top button