ଟୋକନ ଅବଧି ୧୫ ଦିନ ବୃଦ୍ଧି ପାଇଁ ଜଲ୍ଲାପାଳଙ୍କୁ ଦିଆଯାଇଛି କ୍ଷମତା
ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କ୍ଷତିପୂରଣ ବାବଦକୁ କୌଣସି ଚାଷୀ ଚିନ୍ତିତ କି ବିବ୍ରତ ନ ହେବା ଲାଗି କହିଲେ ମନ୍ତ୍ରୀ । ଟୋକନ ଅବଧି ୧୫ ଦିନ ବୃଦ୍ଧି ପାଇଁ ଜଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ମାର୍ଚ୍ଚ ଯାଏଁ ଧାନମଣ୍ଡି ଖୋଲାଥିବାରୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।ଅଦିନିଆ ବର୍ଷପାଇଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି । କୃଷକମାନେ ଧାନ କାଟି ମଣ୍ଡିକୁ ନେବା ପାଇଁ ଗଦା କରିଥିବାବେଳେ ବର୍ଷା ଆରମ୍ଭ ହେବା କାରଣରୁ ଧାନ ଗଜା ହୋଇଯାଇଛି । ଅନ୍ୟପକ୍ଷେ କିଛି ଚାଷୀ ଧାନ କାଟିବା ପୂର୍ବରୁ ବର୍ଷା ହେବା କାରଣରୁ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।