ଜାନୁଆରୀ ମାସ ୫ ତାରିଖରୁ ଧଉଳି ଶାନ୍ତିସ୍ତୂପରେ ଯାନ ବାହାନର ଟୋଲ ଫି’ ବଢ଼ିବ

ଭୁବନେଶ୍ୱର: ଜାନୁଆରୀ ମାସ ୫ ତାରିଖରୁ ଧଉଳି ଶାନ୍ତିସ୍ତୂପରେ ବଢ଼ିବ ଯାନ ବାହାନର ଟୋଲ ଫି । ଏହି ଐତିହାସିକ ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ସେମାନଙ୍କର ଯାନ ବାହାନ ପାଇଁ ଦେବେ ଅଧିକ ଟୋଲ ଫି । ଏଥିପାଇଁ ଜନସାଧାରଣ, ଦର୍ଶନାର୍ଥୀ, ପର୍ଯ୍ୟଟକମାନେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ନୂଆ ନିଷ୍ପତ୍ତି ମୁତାବକ, ଧଉଳି ଶାନ୍ତିସ୍ତୂପ ପରିସରକୁ ଆସୁଥିବା ପ୍ରତି ଅଟୋ ରିକ୍ସା ପାଇଁ ଟୋଲ ଫି ୧୫ରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୫ ସିଟ୍ ବିଶିଷ୍ଟ କାର ପାଇଁ ୩୦ ରୁ ୪୦ ଟଙ୍କା, ୭ ସିଟ୍ ବିଶିଷ୍ଟ ଇନୋଭ ପାଇଁ ୫୦ରୁ ୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ୧୨ ସିଟ୍ ବିଶିଷ୍ଟ ଉଇଙ୍ଗର ଯାନ ପାଇଁ ୧୨୦ ଟଙ୍କା ଫିସ୍ ରଖାଯାଇଛି । ‘ସଟଲ ସେବା’ ପାଇଁ ପ୍ରତ୍ୟେକ ଯାତ୍ରୀ ୨୦ ଟଙ୍କା ପ୍ରଦାନ କରିବେ ।

ଗତ ଅକ୍ଟୋବର ମାସ ୨୮ରେ ଧଉଳି ଶାନ୍ତିସ୍ତୂପ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥିଲା । ସେଥିପାଇଁ ପୀଠର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଭିତ୍ତିଭୂମିର ଉନ୍ନତିକରଣ ଓ ଆନୁଷଙ୍ଗିକ ବିକାଶ କରାଯାଇଥିଲା । ପୂର୍ବାପେକ୍ଷା ଏବେ ଧଉଳି ପୀଠ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟମୟ ହୋଇଛି । ଦେଶ ବିଦେଶରୁ ଆସୁଥିବା ପର୍ଟ୍ୟଟକ ଓ ଦର୍ଶନାର୍ଥୀମାନେ ଯେପରି ଏଠାରେ ଶୃଙ୍ଖଳିତ ଭାବେ ପରିଦର୍ଶନ କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଉଛି ।

Related Articles

Back to top button