
ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭୋଳାନାଥଙ୍କୁ ଜଳଲାଗି କରିବେ କାଉଡିଆ ।
କଟକ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭୋଳାନାଥଙ୍କୁ ଜଳଲାଗି କରିବେ କାଉଡିଆ । କାନ୍ଧରେ ମାନସିକ ଜଳ ଭାର ନେଇ ମହାଦେବଙ୍କ ଉପରେ ଢ଼ାଳିବେ କାଉଡ଼ିଆ। ଏଥିପାଇଁ ନଦୀରୁ ଜଳ ଉଠାଇ ଚାଲିବା ଆରମ୍ଭ କରିଦେଲେଣି କାଉଡିଆ।
ଆଜି ବିଭିନ୍ନ ନଦୀ ପଠାରେ କାଉଡିଆଙ୍କ ଭିଡ ଜମିଛି । ନଦୀରୁ ପାଣି ଉଠାଇବା ସହ ସଙ୍କଳ୍ପ କରି ନିଷ୍ଠାର ସହ ବୋଲ ବମ୍ , ହର ବହର ବମ୍ ଡାକି ଆଗେଇ ଚାଲିବେ । ଏଥି ପାଇଁ ଆଜି ସକାଳ କଟକର ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟକ କାଉଡ଼ିଆ ଜଳ ଉଠାଉଥିବା ପରିଲକ୍ଷିତ ହୋଇଛି। ଯେଉଁମାନେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳାସର ଶ୍ରୀ ଚନ୍ଦ୍ରଶେଖରଙ୍କ ଠାରେ ଜଳଲାଗି କରିବେ, ସେମାନେ ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଉଛନ୍ତି।