
ଆସନ୍ତାକାଲି ଶ୍ରୀମନ୍ଦିରରେ ହେବ ଖସାପଡ଼ା ନୀତି
ସୋମବାର ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଶ୍ରାବଣ ମାସ ଶୁକ୍ଲ ପ୍ରତିପଦ ତିଥି ପଡୁଥିବାରୁ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ଣ ୫ଟା ଠାରୁ ତାରି ୯ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।