ଚୋରା ମଦ କାରବାରକୁ କଠୋର ହସ୍ତରେ ଦମନ କରାଯିବ
ରାଜ୍ୟରେ ଚୋରା ମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ । ଉଭୟ ଦେଶୀ ଓ ବିଦେଶୀ ମଦ ଚୋରା କାରବାରରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ । ଏଥିପାଇଁ ଏନିସିବି ଓ ଅବକାରୀ ବିଭାଗ କରିବେ ମିଳିତ ଅପରେସନ । ଅବକାରୀ ନିୟମରେ ବ୍ୟାପକ ପରିବର୍ତ୍ତନ ନେଇ ମାନସ ମନ୍ଥନ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅବକାରୀ ମନ୍ତ୍ରୀ କହିଛନ୍ତି, ଚୋରା ମଦ କାରବାରକୁ କଠୋର ହସ୍ତରେ ଦମନ କରାଯିବ । ଡ୍ରଗ୍ସର ପ୍ରଭାବ ବିସ୍ତାରକୁ ରୋକିବାକୁ ମିଳିତ ଅପରେସନ୍ କରାଯିବ । ଏନିସିବି ସହ ମିଶି ଅବକାରୀ ବିଭାଗ ଚଢ଼ାଉ କରି ସମ୍ପୂର୍ଣ୍ଣ ମୂଳପୋଛ କରିବେ । କଠୋର ପଦକ୍ଷେପ ନେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।