
ସଫଳ ହୋଇଛି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍କ୍ଷେପଣ
ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି, ୦୭ ଡିସେମ୍ବର, ୨୦୨୩ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍କ୍ଷେପଣ ସଫଳ ହୋଇଛି । ଅଗ୍ନି-୧ ହେଉଛି ଏକ ପ୍ରମାଣିତ ଅତ୍ୟନ୍ତ ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ର ପ୍ରଣାଳୀ। ରଣନୀତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀ ପ୍ରଶିକ୍ଷଣ ଉତ୍କ୍ଷେପଣ ସଫଳତାର ସହିତ ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା।
ଦ୍ରୁତଗତିରେ ଲକ୍ଷ୍ୟଭେଦ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ରର ରହିଛି। ‘ଅଗ୍ନି-୧’ର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି। ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ଅଧୀନରେ ବ୍ୟବହାରକାରୀ ପ୍ରଶିକ୍ଷଣ ଉତ୍କ୍ଷେପଣ ସଫଳତାର ସହିତ ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା।