
ନଭେମ୍ବରରେ ଏମଭି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୨୭୫ଟି ଗାଡ଼ି ଜବତ
ଭୁବନେଶ୍ୱର: ଏମଭି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୨୭୫ଟି ଗାଡ଼ି ଜବତ ହୋଇଛି । ନଭେମ୍ବର ମାସରେ ପରିବହନ ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା । ମୋଟ ୩୫ ହଜାର ୧୪୪ଟି ଇ-ଚାଲାଣ ଜାରି କରାଯାଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୫୮୬୮ଟି ଡିଏଲ ଜବତ ହୋଇଛି ।
ଦ୍ରୁତ ବେଗରେ ଡ୍ରାଇଭିଂ ପାଇଁ ୯୪୧୬ଟି ଚାଲାଣ କଟାଯାଇଥିବା ଜଣାପଡିଛି । ବିନା ହେଲମେଟ ପାଇଁ ୧୫,୬୬୧, ଟ୍ରିପଲ ରାଇଡିଂ ପାଇଁ ୬୨୨ ଚାଲାଣ କଟାଯାଇଥିବା ଜଣାପଡିଛି । ସେହିଭଳି ରଙ୍ଗରୁଟ ଡ୍ରାଇଭ ପାଇଁ ୨୨୫ ଓ ଓଭରଲୋଡିଂ ପାଇଁ ୫୧୦ ଚାଲାଣ କଟାଯାଇଛି । ବିନା ସିଟ ବେଲ୍ଟ ପାଇଁ ୧୪୫୨, ମଦନିଇ ଡ୍ରାଇଭିଂ ପାଇଁ ୧୪୨୩ ଚାଲାଣ କଟାଯାଇଛି ।