
ଖୁବଶୀଘ୍ର କୋଟିଆକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ କରାଯିବ : ପରିବହନ ମନ୍ତ୍ରୀ ବିଭୂତି ଜେନା ।
କୋରାପୁଟ ଜିଲ୍ଲା କୋଟିଆ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର କୋଟିଆକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର, ଆଉ ଓଡ଼ିଶାର ହିଁ ରହିବ ।
ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ୱିତ ବିକାଶ ସରକାରଙ୍କ ଲକ୍ଷ୍ୟ। ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା । ଖଣି ଖାଦାନରେ ଭରପୂର କୋଟିଆ । ସେଠାକାର ଗୋଟେ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ । ତାକୁ ଚିହ୍ନଟ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ କହିଛନ୍ତି ।