ରାଜ୍ୟରେ ଜାତୀୟ ରାଜପଥ ନିକଟରେ ଖୋଲିବ ୫୫ଟି ଟ୍ରମା କେୟାର ସେଣ୍ଟର

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଓ ଡାକ୍ତରଖାନାରେ ଭିଡ଼ କମାଇବା ପାଇଁ ପ୍ରତ୍ୟେକ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର ଖୋଲାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ରାଜପଥର ୫୦ରୁ ୧୦୦ କିଲୋମିଟର ମଧ୍ୟରେ ଏହି କେନ୍ଦ୍ରଗୁଡ଼ିକ ଖୋଲାଯିବ । ଏଥିରେ ୩ଟି ପ୍ରଥମ ଓ ଦ୍ୱିତୀୟ ବର୍ଗର ଟ୍ରମାକେୟାର କେନ୍ଦ୍ର ରହିଥିବାବେଳେ ଅବଶିଷ୍ଟ ତୃତୀୟ ବର୍ଗର ରହିଛି । ଏହିସବୁ କେନ୍ଦ୍ରରେ ଯେଭଳି ତ୍ୱରିତ ଚିକିତ୍ସା ସେବା ମିଳିପାରିବ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୧୮ଟି ଘରୋଇ ଚିକିତ୍ସାଳୟ ସହିତ ସହବନ୍ଧିତ କରାଯାଇଛି ।

ତେବେ ଅନୁଗୋଳରେ ସର୍ବାଧିକ ୬ଟି ଟ୍ରମାକେୟାର କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ରହିଥିବାବେଳେ ମୟୂରଭଞ୍ଜରେ ୪ଟି, ଗଞ୍ଜାମ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ତିନୋଟି ଲେଖାଏଁ, ନୟାଗଡ, ନୂଆପଡା, ମାଲକାନଗିରି, ଖୋର୍ଦ୍ଧା, ଗଜପତି, ଢେଙ୍କାନାଳରେ ଦୁଇଟି ଲେଖାଏଁ ଏବଂ ଅବଶିଷ୍ଟ ଜିଲାରେ ଗୋଟିଏ ଲେଖାଏଁ ଟ୍ରମାକେୟାର କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀମତୀ ପଣ୍ଡିତ ସୂଚନା ଦେଇଛନ୍ତି।

Related Articles

Back to top button