ବାଲୁକାକଳା ମାଧ୍ୟମରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ। ଜନ୍ମ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ଏହି ବାଲୁକାକଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରିଥିବାବେଳେ ତାଙ୍କ ପ୍ରିୟ ଡାକୋଟା ବିମାନକୁ ମଧ୍ୟ ବାଲୁକା କଳାରେ ସ୍ଥାନ ଦେଇଛନ୍ତି। ୧୯୧୬ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ ଜନ୍ମଗ୍ରହଣ କରିଥିବା ବେଳେ ଆଜି  ତାଙ୍କର ୧୦୭ତମ ଜନ୍ମ ଜୟନ୍ତୀ ।ଏଥିପାଇଁ ବେଳାଭୂମିରେ ୨୫ ଫୁଟ ଲମ୍ବର ଡାକୋଟା ବିମାନ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକାର ରଙ୍ଗକୁ ବ୍ୟବହାର କରି କଳିଙ୍ଗ ବୀର ଭୂମିପୁତ୍ର ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତେବେ ଆଜି ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯିବ ।

Related Articles

Back to top button