ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌

ପୁରୀ : ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌। ଏନେଇ ଆଇ.ଟି. ବିଭାଗକୁ ଅଭିଯୋଗ ଜଣାଇଛନ୍ତି ଜିଲ୍ଲାପାଳ। ପୁଚୀନର କୌଣସି ଏକ ହ୍ୟାକର ଏହା କରିଥିବା ପ୍ରାରମ୍ଭିକ ସୂଚନାରୁ ମିଳିଛି । ଆକାଂଉଟ ହ୍ୟାକ ହେବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏହା ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ଜିଲ୍ଲାପାଳଙ୍କ କେତେକ ଟୁଇଟକୁ ରିଟ୍ୱିଟ କରିଛି । ଏହା ବ୍ୟତୀତ କେତେକ କାର୍ଟୁନ ଫଟୋ ମଧ୍ୟ ଶେୟାର କରିଛି । ଶେଷ ରିପୋର୍ଟ ପର୍ଯ୍ୟନ୍ତ ଆକାଂଉଟକୁ ହ୍ୟାକିଂରୁ ମୁକ୍ତ କରାଯାଇ ପାରି ନାହିଁ । ହ୍ୟାକରର ପ୍ରୋଫାଇଲ ଫଟୋରେ ୟିନ ୟାଙ୍ଗ ଗ୍ୟାଙ୍ଗ ଲେଖାଯାଇଛି ।

Related Articles

Back to top button