
ଅଢ଼େଇ କେଜି ସୁନା ବିସ୍କୁଟ୍ ଜବତ
ରାଜଧାନୀରେ ଅଢ଼େଇ କେଜି ସୁନା ବିସ୍କୁଟ୍ ଜବତ । ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ୨କେଜି ୪୬୫ ଗ୍ରାମ ଓଜନର ବିଦେଶୀ ନିର୍ମିତ ସୁନା ବିସ୍କୁଟ ଓ ୧୦ ଭରି ସୁନା ବାର ଜବତ କରିଛି DRI । ଏସବୁ ସୁନା ବେଆଇନ ଭାବରେ ଦେଶରେ ସ୍ମଗଲିଂ କରାଯାଉଥିବା ଜଣାପଡ଼ିଛି । ଏହି ଘଟଣାରେ କଷ୍ଟମ୍ସ ଆକ୍ଟ ୧୯୬୨ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି ।