ବାଲେଶ୍ୱରରେ ଅଢେଇ ଟନ୍‌ର ମଗର ମାଛ ଉଦ୍ଧାର କରାଯାଇ ସମୁଦ୍ରରେ ଛଡାଗଲା

ବସ୍ତା: ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ବାହାବଳପୁର ମୁହାଣରେ ରବିବାର ଏକ ବିଶାଳକାୟ ମଗର ମାଛକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହାର ଓଜନ ଅଢେଇ ଟନ୍‌ ହେବ ବୋଲି ଜଣାପଡିଛି।

ଏହି ବିଶାଳକାୟ ମାଛ ଦେଖି ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଥିଲା। ମତ୍ସ୍ୟଜୀବୀମାନେ ମାଛ ଜୀବନ୍ତ ଥିବା ଦେଖି ବାହାବଳପୁର ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମତ୍ସ୍ୟଜୀବୀଙ୍କ ସହଯୋଗରେ ବୋଟ ସହାୟତାରେ ମାଛକୁ ଗଭୀର ସମୁଦ୍ରରେ ଛଡାଯାଇଥିଲା। ଏହି ପ୍ରଜାତିର ମାଛକୁ ବାଘୁଆ ମଗର ବୋଲି ମତ୍ସ୍ୟଜୀବୀଙ୍କ ପକ୍ଷରୁ କୁହାଯାଉଛି। କୌଣସି ବୋଟ୍‌ରେ ମାଡ଼ ହୋଇ ମୁହାଣକୁ ଚାଳିଆସିଥିବା ଅନୁମାନ କରାଯାଉଛି।

Related Articles

Back to top button