ଭବାନୀପାଟଣାରେ ପୋଲ ଦବି ଯିବାରୁ ପୋଲ ଭିତରକୁ ଗଳି ପଡ଼ିଲା ଦୁଇ କାର

ଧର୍ମଗଡ଼: ଭବାନୀପାଟଣାରୁ ଫୁର୍ଲିଝରଣ ଦର୍ଶନ ପାଇଁ ଯିବା ସମୟରେ ଅଘଟଣ l ପୋଲ ଦବି ଯିବାରୁ ଦୁଇଟି କାର ପୋଲ ଭିତରେ ପଡି ଯାଇଥିବା ସୂଚନା ମିଳିଛି । ଭବାନୀପାଟଣା ଅନ୍ତର୍ଗତ ରାଜ୍ୟ ରାଜପଥର ୪୪ ନମ୍ବର ଭାଗିରଥି ପାର୍କ ପାଖରେ ପୋଲ ଦବି ଯିବାରୁ ଏହି ଦୁଇଟି କାର ପୋଲ ଭିତରେ ପଡି ଯାଇଛି । କାର ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ସମସ୍ତେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ମିଳିଛି l

Related Articles

Back to top button