କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ

କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ଏବଂ କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦ରେ ଲୋକେ ରାସ୍ତାରୋକ କରିଛନ୍ତି। ସକାଳୁ ଦୁଇଜଣ ବ୍ୟକ୍ତି ଶୌଚହେବା ପାଇଁ ସାଇକେଲ ଯୋଗେ ଘରୁ ବାହାରିଥିଲେ। ଶୌଚ ସାରି ସାଇକେଲରେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ସମୟରେ ଏକ କାର୍ ପଛପଟୁ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦ରେ ଲୋକେ ରାସ୍ତାରୋକ କରିଛନ୍ତି। ଏହାଫଳରେ ସେଠାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ସକାଳୁ ଦୁଇଜଣ ବ୍ୟକ୍ତି ଶୌଚହେବା ପାଇଁ ସାଇକେଲ ଯୋଗେ ଘରୁ ବାହାରିଥିଲେ। ଶୌଚ ସାରି ସାଇକେଲରେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ସମୟରେ ରାଉରକେଲା ପଟୁ ସୁନ୍ଦରଗଡ଼କୁ ଆସୁଥିବା ଏକ କାର୍ ଉଭୟଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଫେରାର ହେଉଥିବା କାର ଚାଳକକୁ ପୁଲିସ ଧରିବାରେ ସଫଳ ହୋଇଛି। ତେବେ କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକେ ରାଜ୍ୟରାଜପଥ ୧୦ରେ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି କ୍ଷତିପୂରଣ ଦାବି କରୁଥିବା ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଏହିପରି ଗାଡିଚାଳକଙ୍କ ବେପରୁଆ ଗାଡି ଚଳାଇବା କାରଣରୁ ଏପରି ଦୁର୍ଘଟଣା ବାରମ୍ବାର ବିଭିନ୍ନ ସ୍ଥାନରେ ଘଟୁଛି ।

Related Articles

Back to top button