ଶୋଇଥିବା ବେଳେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଗଜପତି:  ରାତିରେ ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବେତାରସିଂ ଗାଁରେ। ଖବର ଅନୁସାରେ ଗତକାଲି ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା। ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ , ଭାଇ ଗଣେଶ ନାୟକ ୨୦ ବର୍ଷ ଓ ଦୁଇଝିଅ ଅମ୍ବିକା ୧୨ ବର୍ଷ ଏବଂ ଝୁମୁରି ନାୟକ ୭ ବର୍ଷ ଭୋଜି ଭାତ ଖାଇ ଘରେ ଶୋଇଥିଲେ।

ତେବେ ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା। ସକାଳୁ ସେମାନେ ଘରୁ ନ ଉଠିବାରୁ ସକାଳ ୭ଟା ସମୟରେ ପରିବାର ଲୋକେ ଉଠାଇଥିଲେ। ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟ ମାନେ ଆଉ ଉଠି ନଥିଲେ। ତେଣୁ ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟ ରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଏନେଇ ଚନ୍ଦ୍ରଗିରି ଡାକ୍ତରଖାନାରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

Related Articles

Back to top button