ମାଟି ଅତଡା ଖସିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: କୋରାପୁଟ-ରାୟଗଡା ରେଳ ଲାଇନ ଦୋହରିକଣ ବେଳେ ମାଟି ଅତଡା ଖସିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ବରପେଟା ଜିଲ୍ଲା ମାଜଗାଁର ଜାହରୁଦ୍ଦିନ୍। ମାଟି ତଳେ ଚାପି ହୋଇଯିବା ପରେ ସ୍ଥାନୀୟ ହସ୍ପିଟାଲକୁ ପାଖରେ ଥିବା ଅନ୍ୟ ସହଯୋଗୀ ନେଇଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ଏହି ଦୁର୍ଘଟଣା ଘଟିଥିଲା।

ଏହାପରେ ସ୍ଥାନୀୟ ହସ୍ପିଟାଲରେ ଅନେକ ଶ୍ରମିକ ଏକାଠି ହୋଇଥିଲା। ପରେ ଚାପା ଉତ୍ତେଜନା ଦେଖାଯାଇଥିଲା। ପରେ ରବିଙ୍କୁ କମ୍ପାନୀ ନଗଦ ୧ ଲକ୍ଷ ଟଙ୍କା ଦେଇଥିବା ବେଳେ ୧୦ ଲକ୍ଷ ଟଙ୍କାର ଚେକ୍ ଦେଇଥିଲା। ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ସମୟରେ ଉପଜିଲ୍ଲାପାଳ, ତହସିଲଦାର ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ସେହିପରି ଅନ୍ୟ ଜଣେ ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇଛି। ମୃତକଙ୍କ ପରିବାର ଲୋକେ ପହଞ୍ଚିବା ପରେ ଆର୍ଥିକ ସହାୟତା ବାବଦରେ ଆଲୋଚନା କରାଯିବ। ସେହିପରି ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ପଠାଯିବ ବୋଲି ତହସିଲଦାର କହିଛନ୍ତି। ଏହି ଅଘଟଣକୁ ନେଇ କାକିରିଗୁମ୍ମା ଥାନାରେ ଏତଲା ହୋଇଛି। ଥାନା ଅଧିକାରୀ କହିଛନ୍ତି, କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାର ଅନୁଧ୍ୟାନ କରାଯିବ। ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button