
ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀ ଗୁଳି ବିନିମୟରେ ୨ ମାଓବାଦୀ ନିହତ
ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀ ଗୁଳି ବିନିମୟରେ ୨ ମାଓବାଦୀ ନିହତ ହୋଇଛନ୍ତି । ନୂଆପଡା ଜିଲା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ମାଓ ଦମନ ଅଭିଯାନ ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କୁଲାରୀଘାଟ ଜଙ୍ଗଲରେ ଏନକାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ପାଖାପାଖି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।