ଅବଦୁଲ କଲାମ ଦ୍ୱୀପରୁ ଦୁଇଟି କ୍ଷେପଣାସ୍ତ୍ରର ହୋଇଛି ସଫଳ ପରୀକ୍ଷଣ

ଆଜି ବାଲେଶ୍ୱର ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ DRDO ଦ୍ୱାରା କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଲଞ୍ଚ୍ ପ୍ୟାଡ୍ ୩ରୁ ପ୍ରଥମେ ପୃଥିବୀ-୨ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚ୍ କରାଯାଇଥିଲା । ଏହା ପରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର AD- 1 ଲଞ୍ଚ୍ ହୋଇଥିଲା । ଏହି ଟେଷ୍ଟିଂ ସନ୍ଧ୍ୟା ୪ଟା ୧୫ ମିନିଟରେ କରାଯାଇଥିଲା । ତେବେ ଏହି ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟ ୧୦, ୫୮୧ ଗାଁ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ରହିବା ଓ ଖାଇବା ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା ।

Related Articles

Back to top button