ଖୁବ୍‌ଶୀଘ୍ର ଓଡ଼ିଶାରେ ଆଉ ୨ଟି ଡପଲର ରାଡାର ସ୍ଥାପନ ହେବ

ନୂଆଦିଲ୍ଲୀ: ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍‌ଶୀଘ୍ର ଆଉ ୨ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ଗୋଟିଏ ସମ୍ବଲପୁରରେ ଏବଂ ଅନ୍ୟଟି ବାଲେଶ୍ୱରରେ ଲାଗିବ ବୋଲି ଆଇଏମ୍‌ଡି ଗଣମାଧ୍ୟମକୁ ସୂଚନା ଦେଇଛି। ୨୦୨୫ ବେଳକୁ ସାରା ଦେଶକୁ ଡପଲର ରାଡାର ପରିସରଭୁକ୍ତ କରାଯିବ। ସେଥିପାଇଁ ଆଉ ୨୫ଟି ରାଡାର ଲାଗିବ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏହା ବ୍ୟତୀତ ବୃଷ୍ଟିପାତ ଆକଳନରେ ଅନିଶ୍ଚିତତା ଦୂର ଲାଗି ବର୍ତ୍ତମାନର ଡପଲର ରାଡାରକୁ ବିକଶିତ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ବାଲେଶ୍ୱରରେ କାଳବୈଶାଖୀ ଗବେଷଣା କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଯିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ଭୀଷଣ ପାଗ ପୂର୍ବାନୁମାନ ସଠିକତାରେ ୪୦ ପ୍ରତିଶତ ଉନ୍ନତି ହୋଇଛି। ଦେଶରେ ୨୦୧୩ରେ ୧୫ଟି ଡପଲର ରାଡାର ଥିବାବେଳେ ତାହା ଏବେ ୩୭କୁ ବୃଦ୍ଧି ପାଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି।

Related Articles

Back to top button