ପାଣିକୋଇଲିରେ ଗୁଳିକାଣ୍ଡ ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା

ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପାଣିକୋଇଲି ବଜାରରେ ଶନିବାର ଅପରାହ୍‌ଣରେ ଏକ ଛାତିଥରା ଘଟଣା ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଥିଲା। ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଦୋକାନରୁ ଡକାୟତି ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟିଥିଲା। ଡକାୟତଙ୍କ ଗୁଳିମାଡ଼ରେ ଦୋକାନର ଜଣେ କର୍ମଚାରୀଙ୍କ ସହିତ ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଦ୍ବୟ ଯାଜପୁର ସଦର ଥାନା କୁନିଦା ଗ୍ରାମର ସୁନିଲ ରାୟ (୩୬) ଓ ପାଣିକୋଇଲି ଥାନା ସୋତି ଗ୍ରାମର ନୀଳମାଧବ ପଣ୍ଡା (୩୦)। ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ପାଣି‌ କୋଇଲି ଗୁଳିମାଡ଼ ଘଟଣା ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅଳଙ୍କାର ସୋ’ ରୁମରେ ଲୁଟ୍ ହୋଇଥିବା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏସଟିଏଫ୍‌ର ତିନି ଜଣିଆ ଟିମ୍।

Related Articles

Back to top button