
ପୁରୀ ସମୁଦ୍ରରେ ଭାସିଯିବା ବେଳେ ଉଦ୍ଧାର ହେଲେ ୨ ଜଣ ପର୍ଯ୍ୟଟକ
ପୁରୀ: ପୁରୀ ସମୁଦ୍ରରେ ଭାସି ଯାଉଥିବା ବେଳେ ଉଦ୍ଧାର ହୋଇଛନ୍ତି ୨ ଜଣ ପର୍ଯ୍ୟଟକ। ଦୁଇ ପର୍ଯ୍ୟଟକ ହେଉଛନ୍ତି ସେହସୀ ଦାସ(୩୨) ଏବଂ ସୁରଜ କୁମାର ଦାସ(୨୭)। ଏମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଗୁରୁବାର ଦୁଇ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବା ସମୟରେ ଭାସି ଯାଇଥିଲେ। ଏହାପରେ ଲାଇଫଗାର୍ଡ଼ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡ଼ିଛି।