ଜେଲ୍‌ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର

ଭବାନୀପାଟଣା ଜେଲ୍‌ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର । ଆଜି ସକାଳେ ଦୁଇ ଜଣ ଜେଲ୍‌ରେ ନ ଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି କରି ସେମାନଙ୍କୁ ପାଇ ନ ଥିଲେ ଜେଲ୍‌ କର୍ତ୍ତୃପକ୍ଷ । କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ ଜଣ କଏଦୀ ଫେରାର ହୋଇଯାଇଛନ୍ତି ।ଫେରାର ବିଚାରାଧୀନ କଏଦୀମାନେ ହେଉଛନ୍ତି ସିକନ୍ଦର ଜାଲ ଓ ନୀଳମଣି ମାଝି। ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ ।

ଆଜି ସକାଳୁ ବଗିଚା କାମ କରୁଥିବାବେଳେ ପାଚେରୀ ଦେଇ ଚମ୍ପଟ ମାରିଥିବା ଜିଲ୍ଲା କାରାଗାର ପକ୍ଷରୁ ଟାଉନ ଥାନା ରେ ସୂଚନା ଦିଆଯାଇଛି । ହେଲେ ସେମାନେ କିପରି ଓ କେତେବେଳେ ଫେରାର ହେଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

 

Related Articles

Back to top button