ବ୍ଲାକମେଲିଂ ଅଭିଯୋଗରେ ୨ ଜଣ ୱେବ୍ ସାମ୍ବାଦିକଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ପୋଲିସ ୨ ଜଣ ୱେବ୍ ସାମ୍ବାଦିକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ୨ ସାମ୍ବାଦିକ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସକୁ ବ୍ଲାକମେଲିଂ କରିବା ସହ ଚାନ୍ଦା ମାଗିଥିଲେ । ହୋଟେଲ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଦୁଇ ୱେବ୍ ସାମ୍ବାଦିକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ନେଇ ମିଛ ଖବର କରିଥିଲେ । ଏଥିପାଇଁ ୨ ଲକ୍ଷ ଟଙ୍କା ମାଗିବା ସହ ରେଡର ଧମକ ଦେଇଥିଲେ । ପୁଣି ଥରେ ୭୦ ହଜାର ଟଙ୍କା ମାଗିଥିଲେ । ଯାହାର ଅଡିଓ ରେକର୍ଡିଂକୁ ଗେଷ୍ଟ ହାଉସ୍ କର୍ମଚାରୀ ପୋଲିସକୁ ପ୍ରମାଣ ଭାବେ ଦେଇଥିଲେ ।

ଅଭିଯୋଗ ପରେ ପୋଲିସ ଗେଷ୍ଟ ହାଉସରେ ତଦନ୍ତ କରି ଦେହ ବ୍ୟବସାୟ ନେଇ କୌଣସି ପ୍ରମାଣ ନ ପାଇବାରୁ ଦୁଇ ୱେବ୍ ସାମ୍ବାଦିକଙ୍କୁ ଗିରଫ କରିଛି । ଗତବର୍ଷ ଜଣେ ୱେବ ଚ୍ୟାନେଲ୍ ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ପୋଲିସ ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ଗିରଫ କରିଥିଲା ।

Related Articles

Back to top button