ଅପହରଣ ଘଟଣାର ରହସ୍ୟ ଖୋଲିଲା: ପରିତ୍ୟକ୍ତ କୂଅରୁ ମିଳିଲା କାର୍‌‌ ସହ ୪ ମୃତଦେହ

ଉମରକୋଟ : ୪ ଜଣଙ୍କୁ ଅପହରଣ ଅଭିଯୋଗ ଘଟଣ।।  କାର୍‌‌ ଭିତରୁ ମିଳିଛି ୪ ଜଣଙ୍କ ମୃତଦେହ। କୂଅ ଭିତରୁ କାର ଉଦ୍ଧାର ପରେ ଏହି ଘଟଣାର ରହସ୍ୟ ଖୋଲିଛି। ଉଦ୍ଧାର ହୋଇଥିବା କାରରୁ ମିଳିଛି ୪ ଜଣଙ୍କ ମୃତଦେହ। କାର୍‌‌ଟି ଦୁର୍ଘଟଣାଗ୍ରସ୍ତ ହୋଇ କୂଅରେ ପଡିଯାଇଥିବା ନେଇ ସନ୍ଦେହ କରାଯାଉଛି। ରାସ୍ତା କଡରେ ଥିବା ବିଶାଳ ପରିତ୍ୟକ୍ତ କୂଅରେ କାରଟି ଖସିପଡିଥିଲା। କାରରେ ଉମରକୋଟର ସପନ ସରକାର ଓ ତାଙ୍କ ପରିବାର ଥିଲେ। ସପନ,ତାଙ୍କ ପତ୍ନୀ,ଶାଳକ ଏବଂ ଜଣେ ପଡୋଶୀ ଥିଲେ। ଛତିଶିଗଡ କାଙ୍କେରରୁ କୋଣ୍ଡାଗାଁ ଫେରିବା ବେଳେ ନିଖୋଜ ଥିଲେ। ଅପହରଣ ସନ୍ଦେହ କରି ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍‌‌ଟି କୂଅରୁ ମିଳିଥିଲା।

ସୂଚନା ଯୋଗ୍ୟ, ଗତ କାଲି ସପନଙ୍କ ପରିବାରଙ୍କ ପକ୍ଷରୁ ଅପହରଣ ନେଇ ଥାନାରେ ଏତଲା ଦେବା ପରେ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ପୁଲିସର ବହୁ ଖୋଜାଖୋଜି ପରେ ଆଜି ସକାଳେ କାରଟି ଠାବ ହୋଇଥିଲା।

Related Articles

Back to top button