
ଅସହ୍ୟ ହେଉଛି ତାତି : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ରାଜ୍ୟରେ ବଢୁଥିବା ଖରାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସକାଳୁଆ ସ୍କୁଲ କରିବା ପାଇଁ ଆଜି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠ ପଠାଯିବ। ସକାଳ ୭ ଟାରୁ ଦିନ ୧୧ଟା ଯାଏଁ ପାଠ ପଢ଼ାଯିବ।