୨୮ ଡିସେମ୍ବରରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ ଡିସେମ୍ବରରେ ସେ ଓଡିଶା ଆସୁଛନ୍ତି । ତେବେ ଶାହା ଏଥର ଓଡ଼ିଶା ଆସିବା ଅବସରରେ ସମ୍ବଲପୁର ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସମ୍ବଲପୁର ଗସ୍ତ ସମୟରେ ପ୍ରଥମେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବେ ଏବଂ ଏହାପରେ ୩-୪ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ପରେ ଶ୍ରୀ ଶାହା ଭୁବନେଶ୍ୱରରେ ଆଜି ରାତ୍ରି ଯାପନ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ବିଜେପି ଦଳର ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ଶାହାଙ୍କ ସମ୍ବଲପୁର ଗ୍ରସ୍ତ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ।

Related Articles

Back to top button