ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକସେବା ଭବନରେ ଜାତୀୟ ରାଜପଥ ପ୍ରକଳ୍ପର ହେଲା ଶୁଭାରମ୍ଭ । ଲୋକାର୍ପଣ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାମାକ୍ଷାନଗର-ଡୁବୁରୀ ୪ ଥାକିଆ NH ଏବଂ ମୋଟେର-ବାନେର NH ଭାୟା ଲଡୁଗାଁର ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଲୋକଙ୍କ ଉନ୍ନତିରେ ମୋ ସରକାରର ବିଶ୍ୱାସ । ମୋ ସରକାର ଯୋଗାଯୋଗର ଉନ୍ନତି ବିଶ୍ବାସ କରେ । ସ୍ୱାଭିମାନ ଅଞ୍ଚଳକୁ ସଂଯୋଗ କରୁଛି ଗୁରୁପ୍ରିୟା ସେତୁ । ବିଜୁ ଏକ୍ସପ୍ରେସ ଓ୍ୱେରେ ମଧ୍ୟ ଯୋଗାଯୋଗ ବଢ଼ିଛି । ନିକଟରେ ଦୁଇଟି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଜୟପୁର ଓ ଉତ୍କେଳା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଆଉ ଗୋଟିଏ ବିମାନବନ୍ଦରର କାମ ଚାଲିଛି । ବିକାଶ କାମରେ ସହଯୋଗ କରୁଥିବାରୁ କେନ୍ଦ୍ରକୁ ଧନ୍ୟବାଦ ।

Related Articles

Back to top button