
ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣ
କଟକ: ଆଜି କଟକରେ ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ। ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନର ନିୟମିତ ସେବା ଆସନ୍ତାକାଲିଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ ଆରମ୍ଭ କରିବ। ଏହି ଟ୍ରେନ ଚାଲିବା ଦ୍ୱାରା ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିପାରିବ।
ସୂଚନାଯୋଗ୍ୟ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ । ୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୫ଟା ୪୫ମିନିଟ୍ରେ ଛାଡି ପୂର୍ବାହ୍ନ ୧୧ଟା ୫୫ ମିନିଟରେ ନୟାଗଡ଼ ଟାଉନରେ ପହଂଚିବ ।
ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ ମିନିଟରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ଟା ୪୫ ମିନିଟ୍ରେ ପହଂଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ଗୁଡ଼ିକରେ ରହଣି କରିବ ।