ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ମାଇନ ଇରିଗେସନର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ, ୨୫.୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୪ଟି ପ୍ଲଟ୍

ଖୋର୍ଦ୍ଧା: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ମାଇନର ଇରିଗେସନର ସହକାରୀ ଯନ୍ତ୍ରୀ ମନୋଜ କୁମାର ଦାଶଙ୍କ ଘରେ ହୋଇଥିଲା ଚଢାଉ । ଏଯାଏଁ ମିଳିଥିବା ତଥ୍ୟ ଅନୁସାରେ ମନୋଜଙ୍କର ୨୫.୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଅଛି । ଏକାଧିକ ବ୍ୟାଙ୍କରେ ସେ ଏତେ ପରିମାଣର ଟଙ୍କା ଡିପୋଜିଟ୍ ରଖିଛନ୍ତି । ୧୮ ଲକ୍ଷ ଟଙ୍କା ସେ ବୀମା କିସ୍ତି ଦେଉଛନ୍ତି । ଭୁବନେଶ୍ୱରରେ ଦୁଇ ମହଲା, କଟକରେ ଏକ ମହଲା ମାର୍କେଟ୍ କମ୍ପ୍ଲେକ୍ସ ରହିଛି । ଭୁବନେଶ୍ୱର,କଟକ ଓ ଆଠଗଡରେ ୪ଟି ପ୍ଲଟ୍ ରହିଛି । ତେବେ ଭିଜିଲାନ୍ସ ତଦନ୍ତ ଜାରି ରହିଥିବା ସୂଚନା ରହିଛି ।

Related Articles

Back to top button