ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କ ଉପରେ ଛାତ୍ର ଆକ୍ରମଣ ଘଟଣା: ଗିରଫ ହେଲେ ଦୁଇ ପୂରାତନ ଛାତ୍ର

ଭୁବନେଶ୍ୱର: ଗତକାଲି ବାଣୀବିହାରରେ ପ୍ରଫେସରଙ୍କ ଉପରେ ଛାତ୍ର ଆକ୍ରମଣ ଘଟଣା ଆଧାରରେ ଆଜି ସହିଦନଗର ପୋଲିସ ଦୁଇ ଜଣ ପୂରାତନ ଛାତ୍ରଙ୍କୁ ଗିରଫ କରିଛି। ସୂଚାନମୂତାବକ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗତକାଲି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲରେ ଏକ ଆଲୋଚନାଚକ୍ର ଚାଲିଥିବା ବେଳେ ଜେଏନୟୁରୁ ଆସିଥିବା ପ୍ରଫେସର ସୁରଜିତ ମଜୁମଦାରଙ୍କ ଉପରେ କିଛି ଛାତ୍ର ଆକ୍ରମଣ କରିଥିଲେ । ସୁରଜିତ ତାଙ୍କ ଅଭିଭାଷଣରେ ଦେଶଦ୍ରୋହୀ ମନ୍ତବ୍ୟ ଦେଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା ।

ତେବେ ବିଶ୍ୱବିଦ୍ୟାଳୟର ବାତାବରଣ ନଷ୍ଟ କରୁଥିବା ଛାତ୍ରଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ପୂର୍ବରୁ ଅନେକ ଥର ଏହିଭଳି କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ଶିକ୍ଷାନୁଷ୍ଠାନ ପରିସରରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରି ଏହାର ବାତାବରଣ କୁ ନଷ୍ଟ କରୁଥିବା ଅଭିଯୋଗ ଆସିଥିଲା । ତେଣୁ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ବେଳେ ଏହି ଘଟଣାରେ ଦୁଇ ଜଣ ପୂର୍ବତନ ଛାତ୍ରଙ୍କୁ ଗିରଫ କରାଯାଇଛି ।

Related Articles

Back to top button