ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା: ଜୟପୁରରୁ ଭୁବନେଶ୍ୱର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ । ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ । ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହି ଅବସରରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଅଧିକ ଟଙ୍କା ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟରେ ୪୩୬ ଟି ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ ସହ ୩୦୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ୧୨୬ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୋହନ ମାଝୀ ।

ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସେତୁ, ସଡକ, ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନମୂଳକ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି “ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିଛି । ସରକାରଙ୍କ ଉଦ୍ୟମରେ କୋଟିଆ ଗ୍ରାମ ପଞ୍ଚାୟତର ଅନେକ ମହିଳା ସୁଭଦ୍ରା ଯୋଜନା ସହିତ ଯୋଡି ହୋଇଛନ୍ତି ।

Related Articles

Back to top button