ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ବର୍ଷା ଓ ତାଙ୍କ ଝିଆରୀ, ମାଆଙ୍କୁ ଅନ୍ତରୀଣ ସୁରକ୍ଷା

କଟକ ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ବର୍ଷା, ତାଙ୍କ ଝିଆରୀ ଓ ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଆକ୍ଷେପ ନେଇ ଥିଲା ଅଭିଯୋଗ । ମାମଲାରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ସୂଚନା ଥାଉକି, ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ବର୍ଷାଙ୍କୁ ସମନ କରିଥିଲା ।

ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିଲା । ଖବର ଅନୁଯାୟୀ, ୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ବର୍ଷାଙ୍କ ସମନ ହୋଇଥିଲା । ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ ବର୍ଷାଙ୍କୁ ଖୋଜି କଟକରେ ପହଂଚିଥିଲା ।

ପୁରୀ ଘାଟ ଥାନା ପୋଲିସ ସହଯୋଗ କରିନଥିଲା । ପରେ ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିଲେ । ଦିଲ୍ଲୀ ପୋଲିସର ସମନ୍‌ ପରେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲା ।

Related Articles

Back to top button