ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଫାଇନ୍‌, ବିଏମ୍‌ସି ପକ୍ଷରୁ କଡ଼ା ଚେତାବନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଅଳିଆ ଆବର୍ଜନା ନେଇ ନାନାଦି ସମସ୍ୟା ଦେଖାଯାଉଛି । ଏନେଇ ବାରମ୍ବାର ସଚେତନ କରାଯିବା ପରେ ଲୋକଙ୍କୁ ତାଗିଦ୍‌ କରିବା ପାଇଁ ବିଏମ୍‌ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଭୁବନେଶ୍ୱର ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଏନେଇ କଡା ଚେତାବନୀ ଦେଇଛି ବିଏମ୍‌ସି ।

ସ୍ଥାନୀୟ ଲୋକଙ୍କୁ ଚେତାବନୀ ଦେବା ସହ ତାଗିଦ କଲେ BMC କମିଶନର ବିଜୟ ଅମୃତ କୁଲାଙ୍ଗେ । ଏଣିକି ପଚାସଢ଼ା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା କରାଯିବ । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ବାରମ୍ବାର ତାଗିଦ ପରେ ମଧ୍ୟ ପରିବା ବ୍ୟବସାୟୀ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି । ଏହାକୁ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି BMC କମିଶନର ବିଜୟ ଅମୃତ କୁଲାଙ୍ଗେ ।

Related Articles

Back to top button