ରାୟଗଡାର ସରକାରୀ ମୃତ୍ତିକା ଅଧିକାରୀ କେଶୋର ଚନ୍ଦ୍ର ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡା: ରାଜ୍ୟରେ ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ତେବେ ପୂର୍ବରୁ ଅନେକ ସରକାରୀ ଅଧିକାରୀ ଏହି ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ବର୍ତ୍ତମାନ ପୁଣି ଜଣେ ସରକାରୀ ବାବୁ ଏହି ଫଶରେ ଛନ୍ଦି ହୋଇଯାଇଛନ୍ତି । ଯାହାଫଳରେ ଭିଦିଲାନ୍ସ ତାଙ୍କୁ ଗୁରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ରାୟଗଡାର ସରକାରୀ ମୃତ୍ତିକା ଅଧିକାରୀ କେଶୋର ଚନ୍ଦ୍ର ନାୟକଙ୍କୁ ଆଜି ରାୟଗଡା ଭିଜିଲାନ୍ସ ଗିରିଫ କରିଛି । ତେବେ ସେ ତାଙ୍କ ଗାଡିରେ ୫ ଲକ୍ଷ ୪ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହାପରେ ତାଙ୍କ ବସଭବନରେ ମଧ୍ୟ ଚଢାଉ ହୋଇଥିଲା । ଫଳରେ ସେଠାରୁ ନଗତ ୬ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି । ତେବେ ଏତେ ଟଙ୍କାର ସଠିକ୍ ଉତ୍ତର ଦେଇନପରିବାରୁ ମୃତ୍ତିକା ଅଧିକାରୀ କେଶୋର ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏଥିିସହିତ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ ।

Related Articles

Back to top button