
ଜମି ପଟ୍ଟା କରାଇଦେବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଧରିଲା ଭିଜିଲାନ୍ସ
ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଭାର୍ଗବ ମହାକୁଡ । ଜମି ପଟ୍ଟା କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେବାବେଳେ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଟଙ୍କାତକ ଜବତ କରିଛି ଭିଜିଲାନ୍ସ । ଏହା ସହିତ ପୂର୍ବ ସୂଚନାରୁ ପ୍ରସ୍ତୁତ ହୋଇଥିବା ଭିଜିଲାନ୍ସ ଟିମ୍ ଆୟବର୍ହିଭୁତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ତାଙ୍କର ଦୁଇଟି ଠିକଣାରେ ଚଢାଉ କରିଛି । ତାଙ୍କ ନାଁରେ ବାଲେଶ୍ୱର ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ କରୁଛି ।