ଛତିଶଗଡ଼ରେ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ନଭେମ୍ବର ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ଆସନ୍ତା ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ନୂଆପଡା ସୀମାନ୍ତ ମହାସମୁନ୍ଦ ଓ ଗରିଆବନ୍ଧ ଜିଲ୍ଲାରେ ବହୁ ସଂଖ୍ୟକ ନକ୍ସଲ ବାସ କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଯେପରି ପ୍ରଥମ ପର୍ଯ୍ୟାୟର ଠିକ ପୂର୍ବ ଦିନ କାଙ୍କେରଠାରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ ଯାହାଦ୍ୱାରା ଜଣେ ବିଏସଏଫ କନଷ୍ଟେବଲ ଓ ୨ ଜଣ ପୁଲିଂ କର୍ମଚାରୀ ଆହତ ହୋଇଥିଲେ। ମୈନପୁର ଥାନା ଆମାମୋଲା ପୁଲିଂ ବୁଥର ସମସ୍ତ ପାର୍ଟି ଆସନ୍ତା ୧୬ ତାରିଖ ଦିନ ନୂଆପଡ଼ା କୋମନା ଥାନା ସୁନାବେଡା ସିଆରପିଏଫ କ୍ୟାମ୍ପରେ ରହିବେ। ୧୭ ତାରିଖ ସକାଳୁ ଭୋଟଦାନ ପୂର୍ବରୁ କଡା ସୁରକ୍ଷାରେ ମତଦାନ କେନ୍ଦ୍ରରେ ପହଞ୍ଚିବେ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୧୭ରେ ଛତିଶଗଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଓଡିଶା-ଛତିଶଗଡ ସୀମାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଗତ ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା କିନ୍ତୁ ତାହା ପୂର୍ବ ଦିନ କାଙ୍କେରଠାରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ। ଯାହାଫଳରେ ଏଥିରେ ଜଣେ ବିଏସଏଫ କନଷ୍ଟେବଲ ଓ ୨ ଜଣ ପୁଲିଂ କର୍ମଚାରୀ ଆହତ ହୋଇଥିଲେ। ବିଏସ୍‌ଏଫ ଓ ଜିଲ୍ଲା ଫୋର୍ସ ମିଳିତ ଭାବେ ମାରବେଦା କ୍ୟାମ୍ପରୁ ରେଙ୍ଗାଗୁଣ୍ଡି ପୁଲିଂ ଷ୍ଟେସନକୁ ଯାଉଥିଲେ ଏବଂ ନକ୍ସଲମାନେ ସେହି ସମୟରେ ବିସ୍ଫୋରଣ କରିଥିଲେ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ପ୍ରଥମ ପର୍ଯ୍ୟାୟରେ ଘଟିଥିବା ଘଟଣା ନ ଘଟୁ ତା ଉପରେ ଅଧିକା ଗୁରୁତ୍ୱ ଦିଆଯାଇଛି ।

Related Articles

Back to top button