ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଛେଳିଗଡ଼଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ, ଛେଳିଗଡ଼଼ସ୍ଥିତ ସରକାରୀ କ୍ୱାଟରରେ ଏକ କାଳୀନ ଚଢ଼ଉ କରାଯାଇଛି।

ଚଢ଼ଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ଜଣ ଇନସପେକ୍ଟର, ଦୁଇ ସବଇନ୍ସକ୍କ୍‌‌ର ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ତରଫରୁ ସୂଚନା ମିଳିଛି।

ସୂଚନା ଯୋଗ୍ୟ, ସହକାରୀ ଯନ୍ତ୍ରୀ ସାହୁଙ୍କ ନାମରେ ପୂର୍ବରୁ ଦୁର୍ନୀତି ନେଇ ମାଳମାଳ ଅଭିଯୋଗ ହୋଇଥିଲା। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି। ୨୦୧୮ ମସିହାର “ତିତଲି’’ ବାତ୍ୟା ପରେ ଆସିଥିବା ସହାୟତା ପାଣ୍ଠି ସହିତ ଅନେକ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ରହିଥିଲା। ବିଭିନ୍ନ ରାଜନୈତିକ ଦଳ ଏବଂ ହିତାଧିକାରୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି। ପୂର୍ବରୁ ବ୍ଲକର ଜଣେ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହା ପରେ ସାହୁଙ୍କ ଉପରେ ନଜର ରହିଥିଲା। ରାୟଗଡ଼଼ ବ୍ଲକରେ ସହକାରୀ ଯନ୍ତ୍ରୀ ସହିତ ଛେଳିଗଡ଼଼ ପ୍ରକଳ୍ପରେ ମଧ୍ୟ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ।

Related Articles

Back to top button