ପୋଷ୍ଟ ମର୍ଟମ ରିପୋର୍ଟ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମେଡିକାଲ୍ ଅଫିସର

ଯାଜପୁର: ପୋଷ୍ଟ ମର୍ଟମ ରିପୋର୍ଟ ପାଇଁ ଲାଞ୍ଚ । ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଦାନଗଦି ସିଏଚସିର ମେଡିକାଲ୍ ଅଫିସର ଓ ସିକ୍ୟୁରିଟି ଗାର୍ଡ । ଡକ୍ଟର ପବିତ୍ର କୁମାର ସେଠୀଙ୍କ ସହ ସିକ୍ୟୁରିଟି ଗାର୍ଡ ଅଭିରାମଙ୍କୁ ଭିଜିଲାନ୍ସ ହେପାଜତକୁ ନେଇ ତଦନ୍ତ କରୁଛି ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୩୧ ତାରିଖରେ ବଜ୍ରପାତରେ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଥିଲା । ଆଉ ବାପାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ପୁଅ ୨୦ ଦିନ ହେଲା ଦୌଡ଼ୁଥିଲା ଡାକ୍ତରଖାନା । ସରକାରଙ୍କ ନିୟମ ଅନୁଯାୟୀ, ପ୍ରାକୃତି ଦୁର୍ବିପାକରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା ପରିବାର ଲୋକଙ୍କୁ ମିଳିବ । ସେଥିପାଇଁ ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ମାଗିଥିଲେ ।

Related Articles

Back to top button